Skip to main content

ନୀତିବାଣୀ 15


ଯୌବନ ଉପରେ ଅଧିକ ଗର୍ବ କର ନାହିଁ କାରଣ ଯୌବନ କ୍ଷଣସ୍ଥାୟୀ , କାନରେ ବଧିରପଣ ଆସିବା ପୂର୍ବରୁ ଯାହା ଶ୍ରବଣ ଯୋଗ୍ୟ ତାହା ଶୁଣିନିଅ , ଗୋଡ ଚାଲିବା ବନ୍ଦ ହେବା ପୂର୍ବରୁ ତୀର୍ଥ ଯାତ୍ରା କରିନିଅ ,ଆଖିରେ ଅନ୍ଧାର ପଣ ଆସିବା ପୂର୍ବରୁ ନିଜେ କରିଥିବା ଭୁଲକୁ ସୁଧାରିନିଅ , ବାଣୀ ବନ୍ଦ ହୋଇଯିବା ପୂର୍ବରୁ କିଛି ମିଠା କଥା କହିଦିଅ ,ହାତ ବନ୍ଦ ହେବା ପୂର୍ବରୁ କିଛି ପୂର୍ଣ୍ଣ୍ୟକାମ କରିନିଅ ,ଦେହରୁ ଆତ୍ମାଚାଲିଯିବା ପୂର୍ବରୁ ପ୍ରଭୁଙ୍କ ନିକଟରେ ଶରଣ ହୋଇଯାଅ l