ଶିବଙ୍କର ଅନ୍ୟ ନାମ ନୀଳକଣ୍ଠ ହେଲା କିପରି ?
ଋଷି ମରୀଚ ହେଉଛନ୍ତି ବ୍ରହ୍ମାଙ୍କର ମାନସପୁତ୍ର । ତେଣୁ ସେ ହେଉଛନ୍ତି ଅଯୋନିସମ୍ଭୂତ । ଋଷି ମରିଚିଙ୍କର ବଂଶରେ ମହର୍ଷି କଶ୍ଯପଙ୍କର ଜନ୍ମ । ମହର୍ଷି କଶ୍ଯପଙ୍କର ତେରଜଣ ପତ୍ନୀ ଥିଲେ । ସେମାନେ ହେଲେ ଅଦିତି,ଦିତି,କଦ୍ରୁ,ବନିତା,ଇଳା,କ୍ରୋଧା,ଅନାଦି,କପିଳା,ମନୁ,ରିଷ୍ଟା,ଦନୁ,ଶ୍ରଦ୍ଧା ଓ ସିଂହିକା । କଶ୍ଯପଙ୍କର ପତ୍ନୀ ଦିତିଙ୍କର ମଧ୍ଯ ଅନ୍ଯ ନାମ ଦନୁ । ଦିତିଙ୍କ ନାମ ଅନୁସାରେ ତାଙ୍କ ପୁତ୍ରମାନଙ୍କୁ ଦୈତ୍ଯ କୁହାଯାଉଥିଲା ।ଦିତିଙ୍କ ଅନ୍ଯ ନାମ ଦନୁ ଅନୁସାରେ ତାଙ୍କ ପୁତ୍ରମାନଙ୍କୁ ଦାନବ ବୋଲି କୁହାଯାଉଥିଲା । ଅଦିତିଙ୍କ ଗର୍ଭରୁ ଦେବତାମାନେ ଜାତ ହୋଇଥିଲେ । ଦୈତ୍ଯ ଭାଇମାନେ ଦେବତା ଭାଇମାନଙ୍କର ବିରୋଧୀ ଥିଲେ । ତେଣୁ ଦେବତାମାନେ ଦୈତ୍ଯମାନଙ୍କର ବିରୁଦ୍ଧାଚରଣ କରୁଥିଲେ ।
ଦେବତାମାନଙ୍କ ଆକ୍ରମଣ ହେତୁ ଦୈତ୍ଯମାନେ ଦୂରସ୍ଥ ହେବାରୁ ଦିତି ସେମାନଙ୍କୁ ଲାଳନ କରିବାର ସୁଯୋଗ ନ ପାଇ ବଡ଼ ହତାଶ ହୋଇପଡିଥିଲେ । ତେବେ ଦିତି ପୁଣି ଗର୍ଭବତୀ ହେଲେ । ଏଥର ତାଙ୍କ ଗର୍ଭରେ ଗୋଟିଏ ଦେବଶିଶୁ ସ୍ଥାନ ପାଇଥିଲା । ସେହି ପୁତ୍ରଟି ହେଉଛି ପବନ । ଇନ୍ଦ୍ର ହେଉଛନ୍ତି ଅଦିତିଙ୍କ ଗର୍ଭରୁ ଜାତ ପ୍ରଥମ ପୁତ୍ର । ଦିତିଙ୍କ ପୁତ୍ର ପବନ ମାତୃଗର୍ଭରେ ଥିଲାବେଳେ ଇନ୍ଦ୍ର ତାଙ୍କୁ ଭୟକରି ହତ୍ଯା କରିବା ପାଇଁ ସୁଯୋଗ ଉଣ୍ଡୁଥିଲେ । ଦିନେ ରାତ୍ରରେ ଗର୍ଭବତୀ ଦିତି ମୁଣ୍ଡ ସ୍ଥାନରେ ପାଦ ଓ ପାଦ ସ୍ଥାନରେ ମୁଣ୍ଡକୁ ରଖି ଶୋଇପଡିଥିଲେ । ସେତିକିବେଳେ ତାଙ୍କ ଯୋନିପଥ ଦେଇ ଇନ୍ଦ୍ର ତାଙ୍କ ଗର୍ଭରେ ପ୍ରବେଶ କଲେ । ସେଠି ସେ ପବନକୁ ଅଣଞ୍ଚାଶ ଖଣ୍ଡକରି କାଟିଦେଲେ । ଏହାପରେ ସେ ସେଠାରୁ ବାହାରି ଆସିଲେ । ଇନ୍ଦ୍ର ଭାବିଥିଲେ ପଵନ ନିଶ୍ଚୟ ମରିଯାଇଥିବ । କିନ୍ତୁ ପବନଙ୍କର ମୃତ୍ୟୁ ହେଲା ନାହିଁ । ସେ ମାତୃଗର୍ଭରୁ ଜୀବନ୍ତ ଜନ୍ମଲାଭ କଲେ । ଦିତିଙ୍କ ଗର୍ଭରୁ ଜନ୍ମହେତୁ ପବନ ଥିଲେ ଦୈତ୍ଯ । କିନ୍ତୁ ଦିତିଙ୍କ କ୍ରୋଧକୁ ଡରି ଇନ୍ଦ୍ର ପବନକୁ ଅମୃତ ପିଆଇ ଦେବତା କରିଥିଲେ । ଏହି ପୁତ୍ରଟିକୁ ଲାଳନ ପାଳନ କରି ଦିତି ହୃଦୟଭରା ଆନନ୍ଦଲାଭ କରିଥିଲେ ।
ଏହାପରେ କିଛିକାଳ ବିତିଗଲା । ଦୈତ୍ଯ ଓ ଦେଵତାମାନେ କ୍ରମେ ବଡ଼ ହୋଇଗଲେ । ସେମାନେ ଭାବିଲେ ସମୁଦ୍ରକୁ ଯଦି ଖୁଆଦଣ୍ଡରେ ଦଧି ମନ୍ଥନ କଲାଭଳି ମନ୍ଥନ କରାଯାଇପାରନ୍ତା ତେବେ ସମୁଦ୍ର ଭିତରେ ଥିବା ଵହୁ ମୂଲ୍ୟବାନ ପଦାର୍ଥ ସମୁଦ୍ର ଉପରକୁ ଉଠି ସେମାନଙ୍କର ହସ୍ତଗତ ହୁଅନ୍ତା । ଏହିଭଳି ଭାବି ସେମାନେ ମନ୍ଦରପର୍ବତକୁ ଖୁଆଦଣ୍ଡ ଓ ବାସୁକିନାଗକୁ ଦଉଡି ରୂପେ ବ୍ୟବହାର କରି ସମୁଦ୍ର ମନ୍ଥନ କରିବାକୁ ସ୍ଥିର କଲେ । ବାସୁକି ନାଗଙ୍କ ମୁଣ୍ଡପଟକୁ ଦୈତ୍ଯମାନେ ଧରିଲେ ଓ ପୁଚ୍ଛଭାଗକୁ ଦେବତାମାନେ ଧରିଲେ । ଏହାପରେ ସେଥିରେ ସେମାନେ ସାଗର ମନ୍ଥନ କଲେ ।
ଏହିପରି ଏକସହସ୍ର ବର୍ଷ ମନ୍ଥନ କରିବା ଫଳରେ ବାସୁକି ଅସ୍ବସ୍ତି ପାଇ ହଳାହଳ ବମନ କଲେ । ଜଗତ ସେଥିରେ ଜଳିଯିବାକୁ ବସିଲା । ସଙ୍ଗେ ସଙ୍ଗେ ଦେବତାମାନେ ଶିବଙ୍କ ପାଖକୁ ଧାଇଲେ ଓ ଗରଳ ପାନକରି ଜଗତକୁ ଧ୍ବଂସମୁଖରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ । କାରଣ ଏହି କାଳକୂଟ ହଳାହଳକୁ ପାନକରି ହଜମ କରିବାର ଶକ୍ତି କେବଳ ଶିବଙ୍କଠାରେ ହିଁ ଥିଲା । ଦେଵତାମାନଙ୍କ ପ୍ରାର୍ଥନା ରକ୍ଷାକରି ଶିବ ସମୁଦ୍ର ନିକଟକୁ ଆସିଲେ । ଏଥି ମଧ୍ଯରେ ଇନ୍ଦ୍ରଙ୍କୁ ସଙ୍ଗରେ ନେଇ ବ୍ରହ୍ମା କ୍ଷୀର ସୀନ୍ଧୁ ତଟରେ ପହଞ୍ଚି ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ ଆସିଲେ । ସମୁଦ୍ର ତଟରେ ଶିବଙ୍କୁ ଦେଖି ବିଷ୍ଣୁଙ୍କୁ କହିଲେ- ହେ ଶିବ,ତୁମ୍ଭେ ଯେହେତୁ ଦେଵମାନଙ୍କର ଦେଵ ସେଥିପାଇଁ ତୁମର ନାମ ମହାଦେବ । ତୁମେ ହେଉଛ ଦେବତାମାନଙ୍କ ମଧ୍ଯରେ ଅଗ୍ରପୂଜ୍ଯ । ତେଣୁ ଦେଵତାମାନେ ପ୍ରଥମେ ଯାହା ପାଇଛନ୍ତି ତୁମ୍ଭେ ତାହା ସର୍ବପ୍ରଥମେ ଗ୍ରହଣ କରିବ । ଏହା କହି ବିଷ୍ଣୁ ନିଜ ସ୍ଥାନକୁ ଚାଲିଗଲେ; ତହୁଁ ଶିବ ସେଠାରେ ସବୁ ବିଷକୁ ପାନ କରିଦେଲେ । ଏହି ହଳାହଳକୁ ଶିବଙ୍କ ଦେହ ସହ୍ଯ କରିନେଲା । ଶିବଙ୍କର ଅବଶ୍ୟ ମାରାତ୍ମକ କିଛି ହେଲା ନାହିଁ । ତେଵେ ସେହି ବିଷପାନ ଫଳରେ ଶିବଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଗଲା । ସେହି ଦିନଠାରୁ ଶିବଙ୍କର ଅନ୍ଯନାମ ନୀଳକଣ୍ଠ ହେଲା ।