ଦେବତାମାନେ ପୂର୍ବପରି ସମୁଦ୍ର ମନ୍ଥନ କରିବାରେ ଲାଗିଲେ ।ଏହି ସମୟରେ ମନ୍ଦରଗିରି ହଠାତ୍ ରସାତଳକୁ ଖସିପଡିଲା । ନିରୁପାୟ ହୋଇ ଦେବତାମାନେ ପୁଣି କ୍ଷୀରସିନ୍ଧୁ ତଟକୁ ଯାଇ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ କୂର୍ମ ଅବତାର ଗ୍ରହଣକରି ନିଜ ପିଠିରେ ମନ୍ଦରଗିରିକୁ ଉପରକୁ ଉଠାଇଲେ ।
ଏହାପରେ ଵିଷ୍ଣୁ ମନ୍ଦରଗିରିର।ଅଗ୍ରଭାଗକୁ ଧରି ସମୁଦ୍ର ମନ୍ଥନରେ ଯୋଗଦେଲେ । ଏହିଭଳି ଏକସହସ୍ର ବର୍ଷ ସମୁଦ୍ର ମନ୍ଥନ ପରେ ସଙ୍ଗରେ ଆୟୁର୍ବେଦ ଘେନି ଓ ହସ୍ତରେ ଦଣ୍ଡକମଣ୍ଡଳୁ ଧରି ସମୁଦ୍ର ଗର୍ଭରୁ ପ୍ରଥମେ ବାହାରିଲେ ଧନ୍ବନ୍ତରି ।
ତତ୍ପରେ ଷାଠିଏ କୋଟି କାମିନୀଙ୍କୁ ସଙ୍ଗରେ ଧରି ସମୁଦ୍ର ଗର୍ଭରୁ ବାହାରିଲେ ରମ୍ଭା,ମେନକା ଓ ଉର୍ବଶୀ ଆଦି ଅଷ୍ଟ ଅପ୍ସରୀ ।
ତା'ପରେ ବାହାରିଲେ ସୁରା ଅଧିଷ୍ଠାତ୍ରୀ ଦେବୀ ।ତା'ପରେ ବାହାରିଲେ ଐରାବତ ହାତୀ ଓ ଉଚ୍ଚୈଶ୍ରବା ଘୋଡା । ତା'ପରେ ବାହାରିଲେ କୈସ୍ତୁଭମଣି କାମଧେନୁ ଓ ମହାଲକ୍ଷ୍ମୀ ।
ତା'ପରେ ବାହାରିଲେ ପାରିଜାତ ବୃକ୍ଷ । ତା'ପରେ ବାହାରିଲେ ଶଙ୍ଖନିଧି ଓ ପଦ୍ମନିଧି । ସମୁଦ୍ର ଗର୍ଭରୁ ସବାଶେଷରେ ବାହାରିଲି ଅମୃତ । ଏହି ଅମୃତକୁ ଯିଏ ପାନ କରିବ ସିଏ ଅମର ହେଵ । ସିଏ କେବେହେଲେ ମରିବ ନାହିଁ । ତାକୁ ବି କେହି ମାରିପାରିବେ ନାହିଁ । ସମୁଦ୍ରରୁ ବାହାରିଥିବା ସେହି ଅମୃତ ପ୍ରଥମେ ଦୈତ୍ଯମାନଙ୍କ ହାତରେ ପଡିଲା ।
ଦୈତ୍ଯମାନେ ଅମୃତ ଖାଇ ଅମର ହେବେ ; ଫଳରେ ଦୈତ୍ଯମାନଙ୍କ ଆକ୍ରମଣରେ ଦେଵତାମାନଙ୍କର ସତ୍ତା ରହିବ ନାହିଁ । ଏହି ଆଶଙ୍କାରେ ଦେବତାମାନଙ୍କ ମଧ୍ଯରେ ମହା ଭାଳେଣି ପଡିଲା । ତେଣୁ ଦୈତ୍ଯମାନଙ୍କୁ ଅନ୍ଔମନସ୍କ କରି ସେମାନଙ୍କ ଠାରୁ ଅମୃମଭାଣ୍ଡ ହରଣ କରିନେବା ପାଇଁ ବିଷ୍ଣୁ ମୋହିନୀ ରୂପ ଧାରଣ କଲେ ।
ଦୈତ୍ଯମାନେ ବିଷ୍ଣୁଙ୍କର ଏହି କୌଶଳ ବୁଝିପାରିଲେ ନାହିଁ । ବୁଝିବାକୁ ବା ବେଳ କାହିଁ ? ମୋହିନୀକନ୍ଯାକୁ ପାଇବା ପାଇଁ ଅସୁରଯାକ ବ୍ଯାକୁଳ । ମୋହିନୀକନ୍ଯାକୁ ପାଇବା ପାଇଁ ଦୈତ୍ଯମାନେ ଅମୃତହାଣ୍ଡି ଛାଡିଦେଇ ମୋହିନୀକନ୍ଯା ପଛରେ ଗୋଡାଇଲେ ।ସେମାନେ ତ ମୋହିନୀକନ୍ଯାକୁ ପାଇବା ପାଇଁ ପାଗଳ । ଅମୃତହାଣ୍ଡି କଥା ପଚାରେ କିଏ ? ଏପରିକି ଶିବ ମଧ୍ଯ ନିଜକୁ ସମ୍ଭାଳି ପାରିନଥିଲେ । ମୋହିନୀକନ୍ଯା ପ୍ରତି ଆକୃଷ୍ଟ ହୋଇ ଶିବ ମୋହିନୀକନ୍ଯା ପଛରେ ଗୋଡାଇଥିଲେ । କିନ୍ତୁ ଶିବ ନିଜର ଭୁଲ ବୁଝିପାରି ସେଥିରୁ ନିରସ୍ତ ହୋଇଥିଲେ ।
ଦୈତ୍ଯମାନେ ମୋହିନୀରୂପୀ ବିଷ୍ଣୁଙ୍କ ପଛରେ ଗୋଡାଉ ଥିବାବେଳେ ଇନ୍ଦ୍ର ଅମୃମଭାଣ୍ଡକୁ ହରଣକରି ନେଇ ସ୍ବର୍ଗରେ ଲୁଚାଇଦେଲେ । ବିଷ୍ଣୁ ନିଜ ରୂପ ଧାରଣ କରିବାରୁ ମୋହିନୀରୂପ ନିଶ୍ଚିହ୍ନ ହୋଇଗଲା । ଦୈତ୍ଯମାନେ ମୋହିନୀକନ୍ଯାକୁ ପାଇନପାରି ନିରାଶ ହୋଇ ଫେରିଆସିଲେ । ଏତିକିବେଳେ ଅମୃତଭାଣ୍ଡ କଥା ସେମାନଙ୍କର ମନେ ପଡିଲା । ସେମାନେ ଅମୃତଭାଣ୍ଡ ଖୋଜିବାବେଳକୁ ଅମୃତଭାଣ୍ଡ ନାହିଁ । ଅମୃତଭାଣ୍ଡ କୁଆଡେ ଗଲା ? ଏହି କଥା ଭାବି ଦୈତ୍ଯମାନେ ବ୍ଯସ୍ତ ହୋଇପଡିଲେ । ଅମୃତ ହରାଇଥିବା ହେତୁ ସେମାନେ ଘୋର ମନସ୍ତାପ କଲେ ।
ସମୁଦ୍ର ମନ୍ଥନ ତ ଶେଷ ହେଲା । ସେଥିରୁ ଯାହାକୁ ଯାହା ମିଳିବାର କଥା ମିଳିଲା । ଏତେ ଶ୍ରମ ପରେ ଗୋଟିଏ ଭୋଜି ହେବାର କଥା । ତେଣୁ ଦେବତା ଓ ଦୈତ୍ଯମାନଙ୍କର ସମୂହଭାବରେ ଗୋଟିଏ ଭୋଜି କରାଯିବ ବୋଲି ସ୍ଥିର ହେଲା । ଦେବତାମାନେ ଦୈତ୍ଯମାନଙ୍କୁ ଅମୃତ ନଦେଇ ନିଜେ ଅମୃତ ଖାଇବାର ଯୋଜନା କଲେ ।
ଭୋଜିଖାଇବା ପାଇଁ ଦୈତ୍ଯମାନଙ୍କୁ ଗୋଟିଏ ଧାଡିରେ ବସାଗଲା । ଅନ୍ଯ ଗୋଟିଏ ଧାଡିରେ ଦେବତାମାନଙ୍କୁ ବସାଗଲା । ଖାଦ୍ଯ ପରଶିବାର ଦାୟିତ୍ୱ ବିଷ୍ଣୁଙ୍କ ହାତରେ ରହିଲା । ବିଷ୍ଣୁ ଖାଦ୍ୟ ପରଶିବାରେ ଲାଗିଲେ । ସବୁ ପ୍ରକାରର ଖାଦ୍ୟ ସମସ୍ତଙ୍କୁ ପରଶାଗଲା । ଅମୃତକୁ ଖୁବ କୌଶଳରେ କେବଳ ଦେବତାମାନଙ୍କୁ ପରଶାଗଲା ।
ଦେବତାମାନଙ୍କର ଏହି କୌଶଳ ବୁଝିପାରିଥିଲା ରାହୁ ନାମକ ଦୈତ୍ଯ । ତେଣୁ ଅମୃତ ଖାଇ ଅମର ହେବା ଆଶାରେ ସେ ଦେଵତାଭଳି ଛଦ୍ମରୂପ ଧାରଣ କରି ଦେବତାମାନଙ୍କ ଧାଡିରେ ଵସିପଡିଲା ଓ ଦେବତାମାନଙ୍କ ସହିତ ଅମୃତ ଖାଇବାରେ ଲାଗିଲା ।
ରାହୁଦୈତ୍ଯ ଦେଵତା-ଛଦ୍ମବେଶରେ ଦେବତାଙ୍କ ଧାଡିରେ ବସି ଅମୃତ ଖାଉଛି ;ଏକଥା ଦେଵତାମାନେ ଜାଣିପାରି ନ ଥିଲେ । ଚନ୍ଦ୍ର ଓ ସୂର୍ଯ୍ୟ ଦୈବାତ୍ ଏହି କଥା ଜାଣିପାରି ଵିଷ୍ଣୁଙ୍କୁ ଠାରିଦେଲେ । ବିଷ୍ଣୁ ସେହି ମୂହୁର୍ତ୍ତରେ ରାହୁଦୈତ୍ଯକୁ ଦୁଇଗଡ କରି ହାଣି ଦେଲେ । ସେତେବେଳକୁ ଅମୃତ ରାହୁଦୈତ୍ଯର କଣ୍ଠ ପର୍ଯ୍ୟନ୍ତ ଆସିଯାଇଥିଲା । ତେଣୁ ରାହୁର କଣ୍ଠଠାରୁ ମୁଣ୍ଡ ପର୍ଯ୍ୟନ୍ତ ଅଂଶ ଅମର ହୋଇ ରହିଲା ଓ ବାକି ଅଂଶ ନିର୍ଜୀବ ଓ ବିନଷ୍ଟ ହୋଇଗଲା ।
ସେହିଦିନୁ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଉପରେ ରାହୁର ରାଗ ରହିଲା । ସୁବିଧା ପାଇଲା ମାତ୍ରକେ ରାହୁ ସେମାନଙ୍କୁ ଗ୍ରାସ କରେ । ଚନ୍ଦ୍ରଙ୍କୁ ଗ୍ରାସ କଲେ ଚନ୍ଦ୍ରଗ୍ରହଣ ହୁଏ ଓ ସୂର୍ଯ୍ଯଙ୍କୁ ଗ୍ରାସ କଲେ ସୂର୍ଯ୍ୟ ପରାଗ ହୁଏ । ରାହୁ ସେମାନଙ୍କୁ ଗ୍ରାସ କଲେ ମଧ୍ଯ ସେମାନେ ମରନ୍ତି ନାହିଁ । କାରଣ ସେମାନେ ଆବଶ୍ୟକ ପରିମାଣରେ ଅମୃତ ଖାଇସାରିଥାନ୍ତି ।