Skip to main content

ମହର୍ଷି ବାଲ୍ମୀକ

 


 ମହର୍ଷି ବାଲ୍ମୀକି 

ପ୍ରସିଦ୍ଧ ମହାକାବ୍ୟ ରାମାୟଣର ରଚୟିତା ତଥା ଆଦିକବି ହଉଛନ୍ତି ମହର୍ଷି ବାଲ୍ମୀକି . ପ୍ରଥମ ଜୀବନରେ ତାଙ୍କର ନାମ ଥିଲା ରତ୍ନାକର . ସେ ଦସ୍ୟୁବୃତି କରୁଥିଲେ . ନାରଦ ମୁନିଙ୍କ ଠାରୁ ମହତ୍ଵପୁର୍ଣ ଉପଦେଶ ପାଇଁ ଦସ୍ୟୁ ବୃତି ଛାଡି ରାମ ନାମ ଜପ କଲେ . ବହୁ ବର୍ଷ ଧରି ଗୋଟିଏ ଆସନରେ ବସି ଘୋର ତପସ୍ୟା କରୁ କରୁ ଉଇ ହୁଙ୍କା ଚାରି ପାର୍ଶ୍ୱରେ ମାଡି ଗଲା . ପରେ ସେ ହୁଙ୍କାରୁ ବାହାରି ବାଲ୍ମୀକି ରୁଷି ଭାବରେ ଖ୍ୟାତି ହେଲେ . ସେ ହଉଛନ୍ତି ସମଗ୍ର ପୃଥିବୀର ଆଦିକବି ଓ ରାମାୟଣ ହେଉଚି ଶ୍ରେଷ୍ଠ ଆଦିକାବ୍ୟ ବାଲ୍ମୀକି ଶିଷ୍ୟ ପରିବେଷ୍ଟିତ ହୋଇ ତାମସା ନଦୀ ତୀରକୁ ଯାଇ ଦେଖିଲେ ବାଣ ବିଦ୍ଧ କୌଞ୍ଚ ମିଥୁନ l  ତାଙ୍କର ମନରେ କରୁଣା ଜାତ ହେଲା l  ବ୍ୟାଧକୁ ଅଭିଶାପ ଦେଇ ତାଙ୍କ ମୁଖରୁ ପ୍ରଥମ ଶ୍ଳୋକ ପ୍ରକାଶ ପାଇଁ ଥିଲା -

ମନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ  ସାସ୍ୱତିଃ ସମାଃ 

ଯତ କୌଞ୍ଚମିଥୁନାଦେକମବଧି କାମ ମୋହିତମ ll 

ଅର୍ଥାତ - ରେ ନିଷାଦ ! ତୁ କାମାର୍ତ୍ତ କୌଞ୍ଚ ମିଥୁନ ମଧ୍ୟରୁ ଗୋଟିକୁ ବଦ୍ଧ କଲୁ ଏଥିଲାଗି ତୁ ଆଦୌ ପ୍ରତିଷ୍ଠା କି ଯଶ ଲାଭ କରି ପାରିବୁ ନାହିଁ l 

ଏହିପରି ବ୍ୟାଧକୁ ଘୋର ଅଭିଶାପ ଦେଇ ଶିଷ୍ୟ ଭରଦ୍ବାଜ ଙ୍କ ସହିତ ଆଶ୍ରମକୁ ଫେରି ଆସିଥିଲେ l ଏହି ସମୟରେ ବ୍ରହ୍ମl ତାଙ୍କ ଆଶ୍ରମରେ ଉପସ୍ଥିତ ହେଲେ l ଯେଉଁ ଶ୍ଳୋକ ଦ୍ୱାରା ମହର୍ଷି ନିସାଦକୁ ଅଭିଶାପ ଦେଇଥିଲେ ତାହା ବିସ୍ତୃତ ଭାବେ ଅନୁସ୍ତୁପ ଛନ୍ଦରେ ରଚିତ l ବ୍ରମହାଙ୍କ ଅନୁରୋଧରେ ବାଲ୍ମୀକି ସେହି ଛନ୍ଦରେ ରାମାୟଣ ରଚନା କଲେ l 

ମହର୍ଷି ବାଲ୍ମୀକି ରାମାୟଣ ରଚନା କରି ଜନସମାଜକୁ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରି ଆଦର୍ଶ ହୋଇ ରହିଛନ୍ତି l  

ବାଲ୍ମିକୀଙ୍କ ବାଣୀ 

👉 - ଜନନୀ ଏବଂ ଜନ୍ମଭୂମି ସ୍ୱର୍ଗ ଠାରୁ ମହାନ l 

👉 - ଯେଉଁ ଲୋକଙ୍କୁ ଯୁଆଖେଳାଳୀ, ଭାଟ୍ଟ ଓ ନଷ୍ଟ ଚରିତ୍ର ନାରୀ ପ୍ରଶଂସା କରେ; ସେ ବ୍ୟକ୍ତିକୁ ଜୀବନ୍ତ ଅବସ୍ଥାରେ ମୃତ ବୋଲି ଧରାଯାଏ 

👉 - ଉତ୍ସାହ ହିଁ ସର୍ବଦା ସବୁ ପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ; ଜୀବ ଯେଉଁ ସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ l 

👉 - ନୀଚ୍ଚ ବ୍ୟକ୍ତିର ନମ୍ରତା ଅତ୍ୟନ୍ତ ଦୁଃଖଦାୟକ, ଅଙ୍କୁଶ, ଧନୁଶର, ସାପ ଓ ବିରାଡ଼ି ତଳକୁ ଝିଙ୍କି କରି ହିଁ ମାରିଥାନ୍ତି l 

👉 - ପାପୀ ହୁଅନ୍ତୁ ବା ପୂଣ୍ୟବାନ, କିମ୍ବା ବଧ ନିମନ୍ତେ ସ୍ଥିରୀକୃତ ଅପରାଧୀ ହୁଅନ୍ତୁ; ଯିଏ ଶ୍ରେଷ୍ଠ ପୁରୁଷ ସର୍ବଦା ଦୟା ପ୍ରଦର୍ଶନ କରି ଥାଏ l  କାରଣ ଏ ସଂସାରରେ ଏପରି କୌଣସି ପୁରୁଷ ନାହିଁ ଯିଏ କି ଜୀବନରେ କିଛି ଅପରାଧ ନ କରିଛି l 

👉 - ସାଧୁ ଅନ୍ୟକୁ ଦୁଖଃରୁ ରକ୍ଷା କରିବାକୁ ଯାଇ କଷ୍ଟ ସହିଥାଏ; ମାତ୍ର ଦୁଷ୍ଟ ଲୋକ ଅନ୍ୟକୁ ଦୁଃଖ ଦେଇ ସୁଖ ପାଏ l 

👉 - ଯେଉଁମାନେ ଶପଥ କରି ପାଳନ କରନ୍ତି ନାହିଁ ସେମାନଙ୍କର ପୁଣ୍ୟ ନଷ୍ଟ ହୋଇ ଥାଏ l 

👉 - ମାୟାର ଦୁଇଗୋଟି ଭେଦ - ଅବିଦ୍ୟା ଓ ବିଦ୍ୟା l 

👉 -  ଦୁଖୀ ଲୋକ ପରିସ୍ଥିତିରରେ ପଡି ପାପ କରି ଥାଏ l 

👉 - ଘୋର ଅଭିମାନ ହିଁ ମୋହର ମୂଳ କାରଣ l 

👉 - ମିତ୍ରତା ବା ଶତ୍ରୁତା ବିଧାତାର ବିଧି ନିର୍ଦ୍ଦେଶ l ତାହା କେହି ଏଡାଇ ଦେଇ ପାରିବେ ନାହିଁ l ତାହାହିଁ ପାଳିବା ମନୁଷ୍ୟର କର୍ତବ୍ୟ l 

👉 - ଯଦି ସେବକ ସୁଖ ଚାହେଁ, ଭିକାରି ମାନ ଚାହେଁ, ବ୍ୟସୟୀ ଧନ ଚାହେଁ, ବ୍ୟଭିଚାରୀ ମୁକ୍ତି ଚାହେଁ, ଲୋଭି ଯଶ ଚାହେଁ ଦେବେ ଧରି ନେବାକୁ ହେବ ଯେ ଏ ସମସ୍ତ ଆକାଶରୁ ଦୁଗ୍ଧ ଦହନ  କରିବାକୁ ଚାହୁଁଛନ୍ତି l

👉 - ଅସତ୍ୟ ସମାନ ପାପ କିଛିନାହିଁ l  ସମସ୍ତ ସତ୍ୟ କର୍ମର ମୂଳ ଆଧାର ହେଉଛି ସତ୍ୟ l 

👉 - ମୋହରେ ପଡି ପ୍ରିୟ ଜନଙ୍କୁ ଅତ୍ୟଧିକ ପ୍ରେମ କରିବା ଦ୍ୱାରା ଯଶ ହାନି ହୁଏ l 

👉 - ଅତି ସଘର୍ଷଣ ଦ୍ୱାରା ଚନ୍ଦନ କାଠରୁ ମଧ୍ୟ ଅଗ୍ନି ବାହାରି ଥାଏ l ସେହିପରି ବହୁତ ଅବଜ୍ଞା କରିବା ଦ୍ୱାରା ଜ୍ଞାନୀ ମାନଙ୍କ ହୃଦୟରେ କ୍ରୋଧ ଜାତ ହୋଇଥାଏ l