Skip to main content

ବ୍ୟାସଦେବଙ୍କ ବାଣୀ || Byasadev



 ଚିର ନମସ୍ୟ ବ୍ୟାସଦେବଙ୍କର ଅନ୍ୟ ନାମ କୃଷ୍ଣ ଦୈପାୟନ l ମାତାଙ୍କ ନାମ ସତ୍ୟବତୀ ଓ ପିତାଙ୍କ ନାମ ପରାଶର l ନଦୀ ମଧ୍ୟସ୍ଥ ଦ୍ଵିପରେ ତାଙ୍କର ଜନ୍ମ ହୋଇଥିବାରୁ ଏହାଙ୍କ ନାମ ଦୈପାୟନ l ଦେହର ବର୍ଣ୍ଣ କଳା ହୋଇଥିବାରୁ ଅନ୍ୟ ନାମ କୃଷ୍ଣ ଦୈପାୟନ l ସେ ବାଲ୍ୟ କାଳରୁ ଘୋର ତପସ୍ୟା କଲେ, ବେଦ ବିଭାଗ କରିଥିଲେ ଓ ମହାଭାରତ ଆଦି ମହନୀୟ ପୁରାଣ ରଚନା କରିଛନ୍ତି l ପରେ ଏହାଙ୍କ ମାତା ସତ୍ୟବତୀ ଙ୍କ ସଂଗେ ଶାନ୍ତନୁ  ଙ୍କ ବିବାହ ହେଲା l 

ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ରାବୀର୍ଯ୍ୟ ନିଃସନ୍ତାନ ହୋଇ ମୃତ ହେବାରୁ ସତ୍ୟବତୁଙ୍କ ଆଦେଶ ଅନୁସାରେ ସେ ବିଚିତ୍ରାବୀର୍ଯ୍ୟଙ୍କ ଦୁଇ ବିଧବା ପତ୍ନୀ ଅମ୍ବିକା ଓ ଅମ୍ବାଳିକା ଙ୍କ ସହ ନିୟୋଗ ବିଦ୍ଧି ଅନୁସାରେ ସେମାନଙ୍କ ପବିତ୍ର ଗର୍ଭ ରୁ ଧୃତରାଷ୍ଟ୍ର ଓ ପଣ୍ଡୁଙ୍କୁ ଜନ୍ମ କରାଇଥିଲେ l 

ବ୍ୟାସଦେବଙ୍କ ଔରସରେ ବିଚିତ୍ରାବୀର୍ଯ୍ୟଙ୍କ ଦାସୀ ଗର୍ଭରେ ଦୟାଵନ୍ତ ବିଦୁର ଜନ୍ମ ଗ୍ରହଣ କରିଥିଲେ l 

ଭାରତୀୟ ଚିନ୍ତା ଚେତନାରେ ବ୍ୟାସଦେବ ହଉଛନ୍ତି ସର୍ଵମୟ ମହାନ ପୁରୁଷ l ହିନ୍ଦୁ ସଂସ୍କୃତି ଓ ଜାତୀୟତାର ଏକ ଧାରାରେ ସେ ମହାନ ସ୍ରଷ୍ଠା ଓ ରକ୍ଷାକର୍ତ୍ତା ମଧ୍ୟ l ଏହି ପ୍ରଚଣ୍ଡ ବିଦ୍ଧି ମହାପୁରୁଷଙ୍କୁ କୋଟି କୋଟି ହିନ୍ଦୁ ପ୍ରତ୍ୟେହ ପ୍ରଣିପାତ କରେ l 

ବ୍ୟାସଦେବଙ୍କ ବାଣୀ 

1 - ଈଶ୍ୱର ସମଗ୍ର ଦେଶରେ ପୁରୀ ରହିଛନ୍ତି, ଆଖି ଖୋଲ ଓ ଦେଖ l 

2 - ବେଦାନ୍ତ ଶିକ୍ଷା କରିବା ପରେ ମନୁଷ୍ୟ ଶୋକ, ଭୟ ଓ ଚିନ୍ତାରୁ ବିମୁକ୍ତ ହୋଇଯାଏ l 

3 - ବୈରାଗ୍ୟ ବିନା କୌଣସି ମନୁଷ୍ୟ ସମ୍ପୂର୍ଣ ଅନ୍ତକାରଣରେ ପରାପକାର କରି ପାରେ ନାହିଁ l 

4 - ସତ୍ୟ ନିମନ୍ତେ ସବୁ କିଛି ତ୍ୟାଗ କରାଯାଇପାରେ; କିନ୍ତୁ ସତ୍ୟକୁ କୌଣସି ବସ୍ତୁ ପାଇଁ ତ୍ୟାଗ କରାଯାଇ ନ ପାରେ l 

5 - ଯେତେବେଳେ ଧର୍ମର ହାନି ହୁଏ, ଅଧର୍ମ ପ୍ରବଳ ହୁଏ, ସେତେବେଳେ ଭଗବାନ ସ୍ୱୟଂ ମାୟା ପ୍ରଭାବରେ ଶରୀର ଧାରଣ କରନ୍ତି l 

6 - କାହା ପ୍ରତି ମନରେ କ୍ରୋଧ ରଖିବା ଅପେକ୍ଷା ତାହା ତତ୍କାଳ ପ୍ରକାଶ କରିଦେବା ସବୁଠାରୁ ଉତ୍ତମ l 

7 - ଯିଏ ସଜ୍ଜନ ମାନଙ୍କୁ ଅସମ୍ମାନ କରେ, ତାର ଆୟୁ, ସମ୍ପତ୍ତି, ଯଶ, ଧର୍ମ,ପୁଣ୍ୟ ଆଶିଷ ଶ୍ରେୟ ସବୁ ନଷ୍ଟ ହୋଇଯାଏ l 

8 - ହିତକାରୀଙ୍କୁ ନିଜର ବୋଲି ଭାବ ଓ ଅହିତ କର୍ତାଙ୍କୁ ସର୍ବଦା ପରା ବୋଲି ଭାବ l 

9 - ଅହିଂସା ପରମ ଧର୍ମ, ଅହିଂସା ପରମ ତପ, ଅହିଂସା ପରମ ଜ୍ଞାନ ଓ ଅହିଂସା ପରମ ପଦ ଅଟେ l 

10 - ନିଜକୁ ତୁଚ୍ଛ ମାନେ କର ନାହିଁ, ଆଜି ଯିଏ ଆମର ନିନ୍ଦା କରୁଛି, କାଲିକୁ ସିଏ ନିଶ୍ଚୟ ଆମର ସ୍ତୁତି କରିବ l 

11 - ଆଶା ହେଉଛି ଦୁଃଖର ଜନନୀ 

12 - ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ; ସେ ତାର ସେହିଭଳି ଫଳ ପାଇଥାଏ l 

13 - ପ୍ରାଣୀ ଏକା ଏକା ଜନ୍ମ ହୁଏ, ଏକା ହିଁ ମରେ ଆଉ ନିଜେ ଅରଜିଥିବା ପାପ ପୁଣ୍ୟ ର ଫଳ ଏକା ହିଁ ଅନୁଭବ କରେ l 

14 - ମନୁଷ୍ୟ କେବଳ ନିଜର ଓ ପରିବାରର ଭରଣପୋଷଣ ମୁତାବକ ଧନ ସଂଗ୍ରହ କରିବା ଉଚିତ l ତାହା ଠାରୁ ଅଧିକ ଯିଏ ସଂଗ୍ରହ କରେ ତାହାକୁ ଚୋର ବୋଲି ଗଣାଯାଏ l 

15 - ଏହି ସଂସାରରେ କୌଣସି ସମ୍ପର୍କ ନିତ୍ୟ ନୁହେ l ଏପରିକି ନିଜର ଦେହ ମଧ୍ୟ l ସ୍ତ୍ରୀ ପୁରୁଷର କଥା କାହିଁକି ବା କୁହାଯିବ  l 

16 - ଯିଏ ନିଜକୁ ବିଶ୍ୱାସ କରେ ନାହିଁ ସେ ପରମାତ୍ମା ଙ୍କୁ କେମିତି ବିଶ୍ୱାସ କରି ପାରିବ l